କରୋନା ପାଇଁ ଆଜିଠାରୁ ନନ୍ଦନକାନନ ବନ୍ଦ

in #steempress5 years ago


ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ହେବା ପରେ ହେବାକୁ ଥିବା ସମସ୍ତ ସଭା ସମିତି ବାତିଲ କରାଯାଉଥିବା ବେଳେ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ତେବେ ଆଜିଠାରୁ ନନ୍ଦନକାନନ ବନ୍ଦ କରାଯାଇଛି । ଆଜିଠାରୁ ଆଉ ପର୍ଯ୍ୟଟକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ବୁଲି ଦେଖିବାର ସୁଯୋଗ ପାଇବେ ନାହିଁ । ଷ୍ଟେଟ ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରହିଛି ।

ସେଣ୍ଟ୍ରାଲ ଜୁ ଅଥରିଟିଙ୍କ ନିର୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ସେହିଭଳି ଏବେ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାସ୍କ ପିନ୍ଦି କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି । ବର୍ତ୍ତମାନ ମଧ୍ୟ ପିକିନିକ କରିକାୁ ଏଡାକୁ ପ୍ରତ୍ୟକ ଦିନ ୫ ରୁ ୬ ହଜାର ପର୍ଯ୍ୟଟକ ଆସିଥାନ୍ତି । ସୂଚନାଯୋଗ୍ୟ ପୁରୀ ପର‌୍ୟ୍ୟଟନ ବିଭାଗ ପକ୍ଷରୁ ଭ୍ରମଣ କଟକଣା ଲାଗୁ କରାଯାଇଛିପୁରୀରୁ ସାତପଡା, କୋଣାର୍କ, ଚିଲିକା ଯିବାକୁ ପର‌୍ୟ୍ୟଟକଙ୍କୁ ବାରଣ କରାଯାଇଛି।ଏସବୁ ସ୍ଥାନକୁ ଟୁରିଷ୍ଟ ବସ ଚଳାଚଳ ଉପରେ କଟକଣା ଲଗାଯାଇଛି।